ରାଜ୍ୟ ସୂଚନା ଅଧିକାର ୱେବସାଇଟ୍ ଟି ସୂଚନା ଅଧିକାର ଅଧିନିୟମ ୨୦୦୫କୁ ସାରା ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଗୋଟିଏ କେନ୍ଦ୍ରୀୟ ପରିଚାଳନା ପ୍ରକ୍ରିୟା ଅଟେ ଏହି ବ୍ୟବସ୍ଥାରେ ସ୍ବେଚ୍ଛାକୃତ ସୂଚନା, ସୂଚନା ଦରଖାସ୍ତ ଓ ପ୍ରଥମ ଅପିଲ ଇତ୍ୟାଦିକୁ update ରଖିବା ପାଇଁ ପ୍ରତ୍ୟେକ ସରକାରୀ କର୍ତ୍ତୃପକ୍ଷଙ୍କୁ ଗୋଟିଏ ଲେଖାଏଁ User ID ଓ password ଦିଆଯାଇଛି ଏଥିରେ ଜଣେ ନାଗରିକ ଯେକୌଣସି ସରକାରୀ କର୍ତ୍ତୃପକ୍ଷଙ୍କୁ ଅନଲାଇନରେ ଆବେଦନ ଓ ପ୍ରଥମ ଅପିଲ ଦାଖଲ କରିପାରିବେ ଆବେଦନକାରୀ ଦରଖାସ୍ତ ଓ ପ୍ରଥମ ଅପିଲର ସ୍ଥିତି ମଧ୍ୟ ଯାଞ୍ଚ କରିପାରିବେ

